ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଗତକାଲି ୧୦ ହଜାର ତଳେ କରୋନା ସଂକ୍ରମଣ ସଂଖ୍ୟା ରହିଥିବା ବେଳେ ଆଜି ପୁଣି ଏହି ସଂଖ୍ୟା ୧୦ ହଜାର ଉପରେ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ ଗୃହରୁ ୬୧୪୯ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୮୩୩ ଆକ୍ରାନ୍ତ ଅଛନ୍ତି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୫୩୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ସୁନ୍ଦରଗଡ଼ରୁ ୯୬୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୩୯, ବାଲେଶ୍ଵରରୁ ୩୦୩, ବରଗଡ଼ରୁ ୪୩୧, ଭଦ୍ରକରୁ ୨୩୧, ବଲାଙ୍ଗିରରୁ ୪୨୬, ବୌଦ୍ଧରୁ ୧୮୦, କଟକରୁ ୮୮୫, ଦେବଗଡରୁ ୧୨୭, ଢେଙ୍କାନାଳରୁ ୧୮୯, ଗଜପତିରୁ ୧୧୧, ଗଞ୍ଜାମରୁ ୧୭୭, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୩୪୯, ଝାରସୁଗୁଡାରୁ ୩୮୦, କଳାହାଣ୍ଡିରୁ ୩୭୦, କନ୍ଧମାଳରୁ ୧୩୪, କେନ୍ଦ୍ରାପଡାରୁ ୧୪୧, କେନ୍ଦୁଝରରୁ ୨୫୩, କୋରାପୁଟରୁ ୧୯୫, ମାଲକାନଗିରିରୁ ୭୧, ମୟୁରଭଞ୍ଜରୁ ୨୩୯, ନବରଙ୍ଗପୁରରୁ ୩୩୫, ନୟାଗଡ଼ରୁ ୧୯୨, ନୂଆପଡାରୁ ୩୭୮, ପୁରୀରୁ ୩୯୮, ରାୟଗଡାରୁ ୨୧୨, ସମ୍ବଲପୁରରୁ ୪୫୪, ସୋନପୁରରୁ ୨୧୫, ସୁନ୍ଦରଗଡ଼ରୁ ୯୬୪, ଷ୍ଟେଟ ପୁଲରୁ ୩୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବାବେଳେ ଭୁବନେଶ୍ୱରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ଦୁଇ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଅଛନ୍ତି ।