ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାରା ଦେଶରେ କରୋନାକୁ ପ୍ରତିବତ କରିବାକୁ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଦେଶରେ ଦ୍ବିତୀୟ ଡୋଜ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜର ସମୟ ସୀମାରେ ପରିବର୍ତ୍ତନ କରାଯାଇଛି । ତେବେ କୋ-ୱିନ ପୋର୍ଟାଲରେ ଏହି ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଦ୍ବିତୀୟ ଡୋଜ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ୪ରୁ ୬ସପ୍ତାହ ମଧ୍ୟରେ ମିଳିବ ନାହିଁ । ପ୍ରଥମ ଡୋଜ କୋଭିସିଲ୍ଡ ଟିକା ଦେବାର ୪୨ ଦିନ ପରେ ମିଳିବ ୨ୟ ଡୋଜ । ପୂର୍ବରୁ ଏହି ଦ୍ବିତୀୟ ଡୋଜ ଲୋକମାନଙ୍କୁ ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଉଥିଲା ।