ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଓ ଦେଶର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ୱେ ବିଭାଗ ବଡ ସଂଖ୍ୟାରେ ଟ୍ରେନ ଚଳାଚଳ ବାତିଲ କରିଛି । ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ରଦ୍ଦ ହୋଇଥିବା ବେଳେ ଆଜି ପୂର୍ବତଟ ସୀମାନ୍ତ ରେଲଓ୍ୱେ ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନଗୁଡିକୁ ବାତିଲ କରିଛି ।
ତେବେ 31ଟି ଟ୍ରେନ ଚଳାଚଳକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବାତିଲ କରିଛି ଭାରତୀୟ ରେଲଓ୍ୱେ ବିଭାଗ । ତେବେ ଏନେଇ ରେଲଓ୍ୱେ ବିଭାଗ ଟ୍ୱିଟ କରି ସୂଚନା ଦେବ ବାତିଲ ହୋଇଥିବା 31 ଟି ଟ୍ରେନର ତାଲିକା ପ୍ରକାଶ କରିଛି । ଟ୍ୱିଟରରେ ଲେଖାଯାଇଛି ବର୍ତ୍ତମାନର ପରିସ୍ଥିତକୁ ଦୃଷ୍ଟିରେ ରଖି ଟ୍ରେନ ଗୁଡିକୁ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ବାତିଲ ରଖାଯାଇଛି । ତେବେ କିଛି ଟ୍ରେନ ଆଜିଠୁ ବାତିଲ ହେଲା ବେଳେ ଆଉ କିଛି ଟ୍ରେନ 13 ମେ ଓ 14 ମେ ରେ ବାତିଲ କରାଯିବ ।
Cancellation of trains @RailMinIndia pic.twitter.com/7c4E7R7o17
— Northeast Frontier Railway (@RailNf) May 12, 2021