ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା କାଲିଠୁ ଦୁଇ ଦିନ ଯାଏଁ ଦେଶର ଅଧିକାଂଶ ସହରରେ ବନ୍ଦ ରହିବ ବ୍ୟାଙ୍କ । 13 ଏବଂ 14 ମେ ରେ ଦେଶର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ନେଗୋଟିଏବଲ୍ ଇଷ୍ଟ୍ରୁମେଣ୍ଟ ଅଧିନିୟମ ଅନୁଯାୟୀ ଏହି ଛୁଟିଦିନ ଘୋଷଣା କରାଯାଏ | ସମସ୍ତ ରାଜ୍ୟରେ ବ୍ୟାଙ୍କ ଛୁଟି ପାଳନ କରାଯାଏ ନାହିଁ ଏବଂ ନିର୍ଦ୍ଦିଷ୍ଟ ରାଜ୍ୟ ଅନୁଯାୟୀ ସେଗୁଡ଼ିକ ଭିନ୍ନ ହୋଇଥାଏ | ସମଗ୍ର ଦେଶରେ ବ୍ୟାଙ୍କଗୁଡ଼ିକ ଦ୍ୱାରା କେବଳ ଗ୍ୟାଜେଟେଡ୍ ଛୁଟିଦିନ ପାଳନ କରାଯାଏ । ତେବେ ଜାଣନ୍ତୁ କଣ ପାଇଁ ଏହି ଦିନ ଗୁଡିକରେ ବନ୍ଦ ରହିବ ବ୍ୟାଙ୍କ ।
13 ମେ- ରମଜାନ-ଇଦ୍ (ଇଦ୍-ଉଲ-ଫିତର) -ବେଲାପୁର, ଜାମ୍ମୁ, କୋଚି, ମୁମ୍ବାଇ, ନାଗପୁର, ଶ୍ରୀନଗର, ଥିରୁବନନ୍ତପୁରମ ସହରରେ ବ୍ୟାଙ୍କ ବନ୍ଦ ରହିବ ।
14 ମେ ଭଗବାନ୍ ଶ୍ରୀ ପର୍ଶୁରାମ ଜୟନ୍ତୀ / ରମଜନ-ଇଦ୍ (ଇଦ୍- ଉଲ୍- ଫିତର) / ବାସଭା ଜୟନ୍ତୀ / ଅକ୍ଷୟ ତୃତୀୟା : ଅଗରତାଲା, ଅହମ୍ମଦାବାଦ, ଆଇଜାୱଲ, ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ୍, ଗ୍ୟାଙ୍ଗଟକ, ଗୌହାଟି, ହାଇଦ୍ରାବାଦ, ଇମ୍ଫାଲ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ନୂଆଦିଲ୍ଲୀ, ପାନାଜୀ, ପାଟନା, ରାୟପୁର, ରାଞ୍ଚି, ସିଲଙ୍ଗ, ଶିମଲା ସହରରେ ବନ୍ଦ ରହିବ ବ୍ୟାଙ୍କ ।
ଏହା ବ୍ୟତୀତ ମେ ମାସରେ ଥିବା ଅନ୍ୟାନ୍ୟ ବ୍ୟାଙ୍କ ଛୁଟି |
16 ମେ: ରବିବାର
22 ମେ: ଚତୁର୍ଥ ଶନିବାର
23ମେ: ରବିବାର
26 ମେ: ବୁଦ୍ଧ ପୂର୍ଣ୍ଣିମା
30 ମେ: ରବିବାର