ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆମେରିକାରେ 12 ରୁ 15 ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ବିଶ୍ୱର ପ୍ରଥମ ଦେଶ ଭାବେ ଆମେରିକା ଏନେଇ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରିଛି ଆମେରିକା । ତେବେ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିଷ୍ଟେଟର (USFDA) ମଧ୍ୟ ଫାଇଜର- ବାୟୋଏନଟେକ କୋଭଡି-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।
ଆମେରିକା ରାଷ୍ଟ୍ରପତି ଏହାକୁ କରୋନା ବିରୋଧ ଲଢେଇରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ପାଇଁ ଲକ୍ଷ ଲକ୍ଷ 16 ରୁ 17 ବର୍ଷର ପିଲାଙ୍କୁ ସୁରକ୍ଷିତ ଭାବେ ଫାଇଜର ଟିକା ଦିଆଯାଉଛି ଓ ଅଧିକରୁ ଅଧିକ ଟିକା ଦିଆଯାଉଥିବାରୁ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ତେବେ ଯୁକ୍ତାରାଷ୍ଟ୍ର ଆମେରିକାରେ ଫାଇଜର ଗୋଟିଏ ମାତ୍ର ଭ୍ୟାକ୍ସିନ ଯାହା 16 ରୁ 17 ବର୍ଷ ପିଲାଙ୍କୁ ଦିଆଯାଉଛି ।
ତେବେ ବିଶ୍ୱର ସବୁଠୁ ଅଧିକ କରୋନା ଆକ୍ରାନ୍ତ ଆମେରିକାରେ ହିଁ ଦେଖାଯାଇଛି ଓ ଏଠାରେ ମୃତ୍ୟୁ ସଂଖ୍ୟା 5.81 ଲକ୍ଷ ହୋଇଥିବା ବେଳେ 3.27 କୋଟିରୁ ଅଧିକ ସଂକ୍ରମଣ ରେକର୍ଡ କରାଯାଇଛି ।
ଅନ୍ୟପଟେ ଭାରତରେ 12 ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବାକୁ ନେଇ ନିକଟରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଭାରତ ସରକାର ଖଣ୍ଡନ କରିଛନ୍ତି । ତେବେ ଚାରି ଦିନ ମଧ୍ୟରେ 4 ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଦେଖାଯିବା ପରେ ଆଜି ଦୈନିକ ସଂକ୍ରମଣ ହ୍ରାସ ପାଇଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 329,517 ସଂକ୍ରମଣ ରେକର୍ଡ ହୋଇଛି ।