ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତକୁ ସହାୟତାର ହାତ ବଢାଇଛି ମାଇକ୍ରୋବ୍ଲଙ୍ଗି ପ୍ଲାଟଫର୍ମ ଟ୍ୱିଟର । ଏହି ସୋସିଆଲ୍ ମିଡିଆ କମ୍ପାନୀ ଭାରତକୁ 15 ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଛି । ଟ୍ୱିଟରର ସିଇଓ ଜେକ୍ ପେଟ୍ରିକ୍ ଡୋସୀ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ଏହି ଅର୍ଥ ୩ ଟି ବେସରକାରୀ ସଂଗଠନକୁ ଦିଆଯାଇଛି । ସେମାନଙ୍କ ମଧ୍ୟରେ କେୟାର, ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ ରହିଛନ୍ତି । କେୟାରକୁ ୧ କୋଟି ଆମେରିକୀୟ ଡଲାର ଦିଆଯାଇଥିବା ବେଳେ ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ କୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି ।
ଟ୍ୱିଟର ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ‘ସେବା ଇଣ୍ଟରନ୍ୟାସନାଲ’ ଏକ ହିନ୍ଦୁ ଆସ୍ଥା ଆଧାରିତ ଅଣ ଲାଭକାରୀ ସେବା ସଂଗଠନ ଅଟେ । ଏହି ଅନୁଦାନ ରାଶିରେ ‘ସେବା ଇଣ୍ଟରନ୍ୟାସନାଲ’ ‘ହେଲ୍ପ ଇଣ୍ଡିଆ ଡିଫିଡ କୋଭିଡ-୧୯’ ଅଭିଯାନ ମାଧ୍ୟମରେ ଅକ୍ସିଜେନ କନସେଂଟେଟର, ଭେଣ୍ଟିଲେଟର ବାୟପେପ୍ ମେସିନ ଭଳି ଜୀବନ ରକ୍ଷାକାରୀ ଉପକରଣ କିଣିବ । ଏସବୁ ଉପକରଣ ସରକାରୀ କୋଭିଡ ହସ୍ପିଟାଲ ମାନଙ୍କୁ ବିତରଣ କରାଯିବ । ଏହି ଘୋଷଣା ପରେ ‘ସେବା ଇଣ୍ଟରନ୍ୟାସନାଲ’ର ଉପାଧ୍ୟକ୍ଷ ସନ୍ଦୀପ ଖଡକେକର କହିଛନ୍ତି କି, ଏହି ଦାନ ପାଇଁ ସେ ଡୋସୀଙ୍କୁ ଧନ୍ୟବାଦ ଦେଉଛନ୍ତି । ସେ ଆହୁରି କହିଛନ୍ତି କି ପବିତ୍ର ହିନ୍ଦୁ ମନ୍ତ୍ର ‘ସର୍ବେ ଭବନ୍ତୁ ସୁଖିନ’ ରେ ବିଶ୍ୱାସ କରନ୍ତି ।
ତେବେ ଗତ ବର୍ଷ ମଧ୍ୟ କରୋନା ସମୟରେ ଟ୍ୱିଟର ଅନେକ ସଂଗଠନ ଓ ଏନଜିଓ ସଂସ୍ଥାଗୁଡିକୁ ସାହାଯ୍ୟ କରିଥିଲା ଟ୍ୱିଟର ।