ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ହିନ୍ଦୀ ଧାରାବାହିକରୁ ଘରେ ଘରେ ପରିଚିତ ଅଭିନେତା ଗୁରୁମିତ୍ ଚୌଧୁରୀ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାରଣ ଦେଶରେ କରୋନା ପରିସ୍ଥିତି ବେକାବୁ ଥିଲା ବେଳେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୁରୁମିତ୍ ଖୋଲିଛନ୍ତି କୋଭିଡ୍ ହସ୍ପିଟାଲ । ଗୁରୁମିତ ଚୌଧୁରୀ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ‘ଆସ୍ଥା’ ନାମକ ଏକ କୋଭିଡ ହସ୍ପିଟାଲ ଖୋଲିଛନ୍ତି ।
ଏହି ହସ୍ପଟାଲ ସମ୍ପର୍କରେ ଗୁରମିତ କହିଛନ୍ତି ଯେ, ‘କିଛି ମାସ ପୂର୍ବରୁ ମୋର ଜଣେ ସାମ୍ବାଦିକ ବନ୍ଧୁ ମୋତେ କୋଭିଡ଼ ସହ ଜଡ଼ିତ ସାହାଯ୍ୟ ମାଗିଥିଲେ। ଯେତେବେଳେ ମୁଁ ତାଙ୍କୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡ଼ିଆର ସାହାରା ନେଲି ସେତେବେଳେ ମୋତେ ଜଣାପଡ଼ିଲା କି କରୋନା ଯୋଗୁଁ ଦେଶର ଅବସ୍ଥା କେତେ ବିଗିଡ଼ିବାରେ ଲାଗିଛି । ସେହି ସମୟରେ ମୋ ମୁଣ୍ଡରେ ପଶିଲା କି ମୋତେ ଲୋକଙ୍କ ସାହାଯ୍ୟ କରିବା ପାଇଁ ପ୍ରକୃତ ହିରୋ ଭାବେ କାମ କରିବାକୁ ପଡ଼ିବ । ଯାହାକୁ ଏବେ ସତରେ ପରିଣତ କରିଛନ୍ତି ଗୁରମିତ ଚୌଧୁରୀ ।
ତେବେ ଗୁରମିତ୍ ହିନ୍ଦୀ ଟେଲି ଦୁନିଆର ବେଶ୍ ଜଣାଶୁଣା ଚେହେରା ଅଟନ୍ତି । ରାମାୟଣ, ଗୀତ୍, ପୁର୍ନଃବିବାହ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳେ ।