ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ରଥ ନିର୍ମାଣଠୁ ଆରମ୍ଭ କରି ଚନ୍ଦନ ଯାତ୍ରାର ସୁପରିଚାଳନା ନେଇ ବିଭିନ୍ନ ବିଷୟରେ ଆଲୋଚନା କରିବା ପାଇଁ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଛତିଶା ନିଯୋଗ ବୈଠକ । ତେବେ ଗତକାଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଚଳିତ ମେ ୧୫ ତାରିଖ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ହେବାକୁ ଥିବା ରଥ ନିର୍ମାଣ ଅନୁକୂଳ ଓ ଚନ୍ଦନ ଯାତ୍ରାର ସୁପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା ।
ତେବେ ସେହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାର, ଦେବୋତ୍ତର ଆୟୁକ୍ତ ଶ୍ରୀ ଚିତ୍ତ ରଞ୍ଜନ ମହାପାତ୍ର, ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କେ. ବିଶାଲ୍ ସିଂ, ବିଧି ବିଭାଗ ଅତିରିକ୍ତ ସଚିବ ଶ୍ରୀ ଲଲାଟେନ୍ଦୁ ଜେନା ତଥା ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ପ୍ରସଙ୍ଗରେ ଛତିଶା ନିଯୋଗ ସହ ଆଜି ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।