ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗୁଜୁରାଟ, ମହାରାଷ୍ଟ୍ର ପରେ ଏବେ ଓଡିଶାରେ ଦେଖାଯାଇଛି ବ୍ଲାକ୍ ଫଙ୍ଗସ । ଓଡିଶାରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାବ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ବୟସ 71 ହୋଇଥିବା ସହ ସେ ପୂର୍ବରୁ ମଧୁମେହ ରୋଗରେ ପିଡୀତ ହୋଇଥିବା ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ପରିବାର ଲୋକଙ୍କ ସହ ସେ ସ୍ୱାବ୍ ଟେଷ୍ଟ ପାଇଁ ନମୂନା ଦେଇଥିଲେ । ୨୦ ତାରିଖ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଏହା ପରେ ସେ ହୋମ କ୍ୱାରେଣ୍ଟାଇନରେ ରହୁଥିଲେ । ଗତ ୮ ତାରିଖ ଦିନ ତାଙ୍କ ଆଖି ଫୁଲିବା ସହ ନାକରୁ କଳା ପାଣି ବାହାରିଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।