ସନଷ୍ଟାର ଟିଭି ବ୍ୟୁରୋ
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ବଦା ନିଜର ଗ୍ରାହକ ପାଇଁ କିଛି ନା କିଛି ସୁବିଧା ଆଣି ଦେଇଥାଏ । ତେବେ ବର୍ତ୍ତମାନ SBI ରେ ସାଲାରୀ ଆକାଉଣ୍ଟଧାରୀ ପାଇବାକୁ ଯାଉଛନ୍ତି 5 ଆକର୍ଷଣୀୟ ସୁବିଧା । ଏନେଇ SBI ନିଜ ଅଫିସିଆଲ ୱେବସାଇଟ sbi.co.in ରେ ମଧ୍ୟ ସୂଚନା ଦେଇଛି । ସେହି ସୂଚନା ଅନୁସାରେ SBI ରେ ସାଲାରୀ ଆକାଉଣ୍ଟ ଖୋଲିଥିବା ଗ୍ରାହକମାନଙ୍କୁ କାର ଲୋନ, ବ୍ୟକ୍ତିଗତ ଲୋନ , ଘର ନିର୍ମାଣ ପାଇଁ ଲୋନ, ଶିକ୍ଷା ଲୋନ ଉପରେ ସୁବିଧା ଯୋଗାଇ ଆସୁଛି । ଏହା ବ୍ୟତୀତ ଏବେ ପୁଣି କିଛି ସୁବିଧା ଘୋଷଣା କରାଯାଇଛି ।
ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ବୀମାରାଶି : ଏସବିଆଇ ସାଲାରୀ ଆକାଉଣ୍ଟଧାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇବ ।
ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ବୀମାରାଶି : ଏସବିଆଇର ୱେବସାଇଟ୍ ମୁତାବକ ଯଦି କୌଣସି ସାଲାରୀ ଆକାଉଣ୍ଟଧାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ତା’ର ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କାର ବୀମାରାଶି ମିଳିବ ।
୫୦ ପ୍ରତିଶତ ଲୋନ ପ୍ରୋସେସିଂ ଚାର୍ଜ ଛାଡ : ଯଦି କୌଣସି ସାଲାରୀ ଆକାଉଣ୍ଟଧାରୀ ଷ୍ଟେଟବ୍ୟାଙ୍କରୁ ବ୍ୟକ୍ତିଗତ ଋଣ, ହୋମ ଲୋନ କିମ୍ବା କାର ଲୋନ ନିଅନ୍ତି ତାହେଲେ ବ୍ୟାଙ୍କ ତରଫରୁ ୫୦ ପ୍ରତିଶତ ଲୋନ ପ୍ରୋସେସିଂ ଚାର୍ଜ ଛାଡ କରିବ ବୋଲି ଘୋଷଣା କରିଛି ଏସବିଆଇ ।
ଓଭରଡ୍ରାଫ୍ଟ ସୁବିଧା : ଯଦି ଜଣେ ସାଲାରୀ ଆକାଉଣ୍ଟଧାରୀ ଆବଶ୍ୟକ ସ୍ଥଳେ ଓଭରଡ୍ରାଫ୍ଟ କରିବାକୁ ଚାହିଁବ ତେବେ ବ୍ୟାଙ୍କ ତରଫରୁ ତାଙ୍କୁ ଅଗ୍ରୀମ ଆକାରରେ ୨ ମାସର ଦରମା ମିଳିପାରିବ ।
ଲକର ଚାର୍ଜରେ ରିହାତି : ଯଦି ଆପଣ ଏସବିଆଇରେ ସାଲାରୀ ଆକାଉଣ୍ଟ ଖୋଲୁଛନ୍ତି ବା ଆପଣଙ୍କର ସାଲାରୀ ଆକାଉଣ୍ଟ ରହିଛି ତେବେ ଆପଣ ୨୫ ପ୍ରତିଶତ ରିହାତିରେ ଷ୍ଟେଟବ୍ୟାଙ୍କର ଲକର ବ୍ୟବହାର କରିପାରିବେ ।