ସନଷ୍ଟାର ଟିଭି ବ୍ୟୁରୋ
ଆସାମ : ଆସାମରେ ଆଜି ପୁଣି ଥରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆଜି ସକାଳ ୭ଟା ୫ମିନିଟରେ ନଗାଁଓରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ୩.୦ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।ଭୂମିକମ୍ପ ଅନୁଭବ ହେବା କ୍ଷଣି ଲୋକମାନେ ଭୟରେ ଘର ବାହାରକୁ ବାହାରି ଆସିଥିଲେ । ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ତେବେ ଆସାମରେ ଗତ କିଛି ଦିନ ହେବ ଲଗାତର ଭାବେ ଭୂମିକମ୍ପ ହୋଇ ଚାଲିଛି ।ଗୋଟିଏ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି । ଏହା ପୂର୍ବରୁ ମଧ୍ୟ ରାତି 12 ଟା ସମୟରେ ଭୂମିକମ୍ପ ହୋଇଥିଲା । ତେବେ ଏହି ଗତ ମାସରୁ ଏଯାଏଁ ଆସାମରେ ପ୍ରାୟ 10 ଥର ଭୂମିକମ୍ପ ହୋଇଛି ।
 
Earthquake of Magnitude:3.0, Occurred on 10-05-2021, 07:05:52 IST, Lat: 26.49 & Long: 92.46, Depth: 23 Km ,Location: Nagaon, Assam, India for more information download the BhooKamp App https://t.co/YZP6L7RAQ5 @ndmaindia @Indiametdept pic.twitter.com/rrQxJn1QZI
— National Center for Seismology (@NCS_Earthquake) May 10, 2021
;