ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଣି ଥରେ ଟଳିଯାଇଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଆଜି ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ତେବେ କରୋନା ପାଇଁ ଏହି ନିଷ୍ପତିରେ ପରିବର୍ତ୍ତନ କରାଯାଇଥିବା କଥା ଦଳ ପକ୍ଷରୁ ପ୍ରକାଶ ପାଇଛି । ଓ ଆଗାମୀ ନିର୍ବାଚନ ଜୁନ ମାସ 23 ତାରିଖରେ ହେବ ବୋଲି ଜଣାପଡିଛି । ତେବେ କରୋନା ସଂକଟରୁ ପାର ହେଲା ପରେ ଜୁନ୍ 23ରେ ନିର୍ବାଚନ କରିବା ପାଇଁ ସଂଗଠନର ମହାସଚିବ ବେଣୁଗୋପାଳ ପ୍ରସ୍ତାବ ରଖିଥିଲେ ଓ ଯାହାକୁ ପ୍ରଥମେ କଂଗ୍ରେସର ବାକି ସଦସ୍ୟମାନେ ବିରୋଧ କରିଥିଲେ । ତେବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଏହି ଅଧ୍ୟକ୍ଷ ଚୟନ କରିବା ସଠିକ୍ ହେବ ନାହିଁ ବୋଲି ଦଳର କାର୍ଯ୍ୟସମିତି ବୈଠକରେ ନିଷ୍ପତି ନିଆଯାଇଛି । ତେବେ ଗତ ଅଗଷ୍ଟ ମାସରୁ ଏଯାଏଁ ପ୍ରାୟ 3 ଥର ହେବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କୌଣସି ନା କୌଣସି କାରଣରୁ ସ୍ଥଗିତ ରହିଯାଉଛି ।
ସୂଚନାଯୋଗ୍ୟ, 2019 ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦକୁ ଛାଡି ଦେଇଥିଲେ । ଏହା ପରେ ତାଙ୍କୁ ଅନେକ ଥର ଏହି ପଦ ଗ୍ରହଣ କରିବା ପାଇଁ ଦଳ ମୁଖିଆମାନେ ପରାମର୍ଶ ଦେଇଥିଲେ ମଧ୍ୟ ସେ ଆଜି ଯାଏଁ ଏହି ପଦ ଗ୍ରହଣ କରିନାହାନ୍ତି । ତେବେ ବର୍ତ୍ତମାନ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରହିଛନ୍ତି । ତେବେ ପରବତ୍ତୀ ସମୟରେ ଦଳର ଅଧ୍ୟକ୍ଷ କିଏ ହେବ ଜୁନ୍ 23ରେ ଜଣା ପଡିବ ।