ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ତେବେ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ପ୍ରସ୍ତୁତ କରିଥିବା କୋଭିଡ୍-୧୯ ନିରୋଧୀ ଔଷଧ ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍ (ଟୁ-ଡିଜି)’ ପ୍ରଥମେ ପତଞ୍ଜଳି ଗବେଷକମାନଙ୍କଦ୍ବାରା ଅଧ୍ୟୟନ କରାଯାଇଥିବା କଥା ରବିବାର ଦିନ ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି ।
ସାମାନ୍ୟରୁ ସଙ୍କଟାପନ୍ନ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଉପରୋକ୍ତ ଔଷଧକୁ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ ଅନୁମୋଦନ କରିବାର ଦିନକ ପରେ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, କୋଭିଡ୍-୧୯ ପାଇଁ କରାଯାଉଥିବା ଅଧିକାଂଶ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭିକ କେନ୍ଦ୍ର ହୋଇଥିବାରୁ ଆମ୍ଭେ ଅତ୍ୟନ୍ତ ଆନନ୍ଦିତ ।
ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ଏବଂ ‘ହରିଦ୍ବାର ପତଞ୍ଜଳି ଯୋଗପୀଠ’ର ସହ-ସଂସ୍ଥାପକ ଆଚାର୍ଯ୍ୟ ବାଳକୃଷ୍ଣ ଅନ୍ୟ ତିନିଜଣ ଗବେଷକଙ୍କ ସହ ମିଶି ଲେଖିଥିବା ଉକ୍ତ ଗବେଷଣା ପତ୍ରର ଫଟୋ ମଧ୍ୟ ସେୟାର୍ କରିଛନ୍ତି । ଯୋଗ ଗୁରୁ ରାମଦେବ ମଧ୍ୟ କହିଛନ୍ତି, କୋଭିଡ୍-୧୯ ବିଷୟକ ସମସ୍ତ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭ ହେଉଥିବାରୁ ଗୌରବାନ୍ବିତ ମନେକରୁଛି ।
&
We take Immense Pride that #Patanjali has been the Pioneer Centre-stone for most of the researches conducted for COVID-19 🙏🏻🙏🏻 https://t.co/fCAPuORUJR pic.twitter.com/yQaMl1tqlh
— Acharya Balkrishna (@Ach_Balkrishna) May 9, 2021
;