ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁଵନେଶ୍ୱର: ଚାଲିଗଲେ ରାଜ୍ୟର ଆଉଜଣେ ରତ୍ନ । ଆଖି ବୁଜିଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । କରୋନାରେ ଆଖି ବୁଜିଲେ ରଘୁନାଥ। ଦୀର୍ଘଦିନ ଧରି କରୋନାରେ ପୀଡିତ ଥିବା ରଘୁନାଥଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ତାଙ୍କୁ ଭେଣ୍ଟିଲେଟରେ ରଖି ଚିକିତ୍ସା କରାଯାଉଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ପରଲୋକ ଘଟିଥିବା ଖବର ମିଳିଛି।
ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ରାଜ୍ୟର ପ୍ରମୁଖ ଶିଳ୍ପକାରମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ କଳାକୃତୀ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଆଦୃତି ଲାଭ କରିଛି। ରଘୁନାଥଙ୍କ ଏହି କଳା ପାଇଁ ଭାରତ ସରକାର ପ୍ରଥମେ ପଦ୍ମଶ୍ରୀ, ପରେ ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନୀତ କରିଥିଲେ।
୨୩ ମାର୍ଚ୍ଚ ୧୯୪୩ରେ ପୁରୀରେ ଜନ୍ମିତ ରଘୁନାଥ ପିଲାଟି ବେଳୁ ଚିତ୍ର ଓ ମୂର୍ତ୍ତିକଳା ସହ ଜଡିତ ଥିଲେ। ୨୦୧୮ରେ ବିଜେପି ପକ୍ଷରୁ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ରାଜ୍ୟରେ ୨ୟ କୋଣାର୍କ ଗଠନ କରିବା ତାଙ୍କର ସ୍ୱପ୍ନ ଥିଲା, ଯାହା ଆଜି ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଗଲା।