ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ପୃଥିବୀର ସବୁଠୁ ମଧୁରତମ ଶଦ୍ଦ ହେଉଛି ମା’ । ତାର ବିକଳ୍ପ ନାହିଁ । ମାର ପଣତକାନି ସନ୍ତାନ ପାଇଁ ସବୁଠୁ ନିରପଦ ସ୍ଥାନ । ମା’ର ଋଣ କେହି ଶୁଖିନି କି ଜୀବନରେ କେବେ ବି ଶୁଝିହେବ ନାହିଁ । ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ । ସନ୍ତାନର ଦୁଃଖରେ ଦୁଃଖି ଓ ଖୁସିରେ ଖୁସି ହୁଏ ମା । ଆଜି ମାତୃ ଦିବସ ଅବସରରେ ସେହି ମା’ଙ୍କୁ କୋଟି କୋଟି ପ୍ରଣାମ ।
ମା’-ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’କୋଳଠାରୁ ଆରାମଦାୟକ ଓ ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ପୃଥିବୀ ପରି ଉଦାର ଓ ଆକାଶ ଭଳି ବିଶାଳ ହୃଦୟରେ ସନ୍ତାନ ପାଇଁ ଅମାପ ଭଲ ପାଇବା ଭରି ରଖିଥାଏ ମା’। ଛାତିର ଅମୃତ ପାନ କରାଇ ସନ୍ତାନକୁ ଦିଗବିଜୟୀ କରେ। ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ ।
ଶାସ୍ତ୍ର ସ୍ୱୀକାର କରିଛି- ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ। ୩୬୫ ଦିନ ତ ମା’ର, କିନ୍ତୁ ଆଜି ମା’ ପାଇଁ ସ୍ୱତନ୍ତ୍ର ଦିନଟିଏ । ଦିନ ସରିଯିବ କିନ୍ତୁ ମା ପାଇଁ ମନରୁ ଶବ୍ଦ ସରିବ ନାହିଁ ତେଣୁ ମା’ର ସ୍ଥାନ ଏ ଦୁନିଆରେ ସ୍ବତନ୍ତ୍ର। ମାତୃ ଦିବସ ଅବସରରେ ସଂସାରର ସବୁ ମାଆମାନଙ୍କୁ ସନ୍ଷ୍ଟାର ଟିଭି ପରିବାର ତରଫରୁ କୋଟି କୋଟି ପ୍ରଣାମ।