ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ୱକୁ ପ୍ରତି ଥିବା ଏକ ବିପଦ ଟଳିଯାଇଛି । ଆଜି ସକାଳ 9ଟା ରେ ଚୀନ୍ର ବୃହତ୍ତମ ରକେଟ୍ ‘ଲଙ୍ଗ୍ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗରରେ ପଡିଛି । ଚୀନର ଏହି ରକେଟ୍ ୧୦୦ ଫୁଟ୍ ଲମ୍ବା ଓ ଏହାର ଓଜନ ପାଖାପାଖି ୨୧ ଟନ୍ ବିଶିଷ୍ଟ ଥିଲା । ଏହା ଭାରତ ମହାସାଗରକୁ ଖସି ପଡିଥିବା କଥା ଚୀନର ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ କରିଛି । ତେବେ ଏହା ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟ୍ର ବହୁ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିଲା ।
ତେବେ ଏହି ରକେଟ୍ଟି ଯେଉଁଭଳି ଭାବରେ ଦ୍ରୁତ ଗତି ଓ ଯେଉଁ ଦିଗରେ ଯାଉଥିଲା, ସେଥିରୁ ଅନୁମାନ କରାଯାଉଥିଲା ଯେ, ଏହା ନ୍ୟୁଜ୍ଲ୍ୟାଣ୍ଡ୍ ଆଖପାଖରେ କେଉଁଠି ବି ପଡ଼ିପାରେ। ଏପରିକି ବୈଜ୍ଞାନିକମାନେ ମଧ୍ୟ କହିଥିଲେ ଯେ, ରକେଟ୍ଟି ଜନବସତି ଅଞ୍ଚଳ କିମ୍ବା ସମୁଦ୍ରରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି। ଶେଷରେ ଏହି ରକେଟ୍ ଭାରତ ମହାସାଗରରେ ପଡ଼ିଛି ଓ ଏକ ବଡ଼ ବିପଦ ଟଳି ଯାଇଛି ।