ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶକୁ କବଳିତ କରି ରଖିଛି । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ତେବେ ରାଜ୍ୟରେ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ପାଇଁ ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର କରିଛି । ଓଡ଼ିଶାକୁ ୩୩୩.୮ କୋଟିର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କରିଛି କେନ୍ଦ୍ର ଅର୍ଥ ବିଭାଗ । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ସେହିପରି କରୋନା ମୁକାବିଲା ପାଇଁ ଉତ୍ତର ପ୍ରଦେଶକୁ ସର୍ବାଧିକ ୧୪୪୧.୬ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ବିହାରକୁ ୭୪୧.୮ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ତାମିଳନାଡ଼ୁକୁ ୫୩୩.୨ କୋଟି, କର୍ଣ୍ଣାଟକକୁ ୪.୭୫.୪ କୋଟି, ଗୁଜରାଟକୁ ୪୭୨.୪ କୋଟି, ଆନ୍ଧ୍ର ପ୍ରଦେଶକୁ ୩୮୭.୯ କୋଟି, ଆସାମକୁ ୨୩୭.୨ କୋଟି, ଛତିଶଗଡ଼କୁ ୨୧୫ କୋଟିର ଅନୁଦାନ ମଞ୍ଜୁର କରିଛି କେନ୍ଦ୍ର।
✅Centre releases Rs. 8923.8 crore to Panchayats in 25 States
✅Release of grant advanced in view of COVID-19 pandemic
Read More➡️ https://t.co/tnBYurqdaG(1/4) pic.twitter.com/XIBdeliFua
— Ministry of Finance (@FinMinIndia) May 9, 2021