ସନ୍ଷ୍ଟାର ଟିଭି ବ୍ୟୁରୋ
ଗୁହାଟି: ଆସାମର ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୱାଲ ଆଜି ଇସ୍ତଫା ଦେବା ପରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଜାରି ରହିଥିଲା। ଏହି ମଧ୍ୟରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହିମନ୍ତ ବିଶ୍ୱଶର୍ମାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ନିର୍ବାଚିତ କରାଯାଇଛି।
ସୂଚନା ଅନୁସାରେ ବିଶ୍ୱଶର୍ମା ପୂର୍ବରୁ ଅର୍ଥ ବିଭାଗର ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିସହିତ ତାଙ୍କ ନେତୃତ୍ୱରେ ବିଜେପି ଦ୍ୱିତୀୟ ଥର ପାଇଁ ଆସାମରେ ସଫଳ ହୋଇଛି। କେବଳ ଆସାମ ପାଇଁ ନୁହେଁ ଉତ୍ତର ପୂର୍ବାଞ୍ଚଳରରେ ପଦ୍ମ ଫୁଟାଇବାରେ ବିଶ୍ୱଶର୍ମାଙ୍କ ବହୁତ ଅବଦାନ ରହିଛି। ବିଧାୟକ ଦଳ ମଧ୍ୟରେ ତାଙ୍କର ପତିଆରା ମଧ୍ୟ ରହିଛି। ବିଜେପିରୁ ସେ କଂଗ୍ରେସର ଜଣେ ନେତା ଥିଲେ।