ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାଜ୍ୟର କରୋନା ସଂକ୍ରମଣକକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ତାମିଲନାଡୁରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ଆସନ୍ତା ସୋମବାର ଅର୍ଥାତ୍ ମେ ୧୦ ତାରିଖରୁ ଦୁଇ ସପ୍ତାହ ଯାଏଁ ଜାରି ରହିବ ।ଗତକାଲି ତାମିଲନାଡୁରେ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍ଡାଉନ୍’ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏକ ବିବୃତିରେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ‘ଲକ୍ଡାଉନ୍’ ଜାରି କରାଯାଇଛି । ମେ ୧୦ ତାରିଖ ପାହାନ୍ତ ୪ଟାରୁ ମେ ୨୪ ତାରିଖ ପାହାନ୍ତା ୪ଟା ପର୍ଯ୍ୟନ୍ତା ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍ଡାଉନ୍’ ବଳବତ୍ତର ରହିବ। ତେବେ ଏହି ସମୟରେ ଅତ୍ୟାବଶକୀୟ ସେବାଗୁଡିକ ଜାରି ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ତାଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରୁ ମିଳିଥିବା ତଥ୍ୟ ଓ ମତାମତ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡାକ୍ତରୀ ବିଶେଷଜ୍ଞଙ୍କମାନେ ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ । କରିଥିବା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏମ୍.କେ. ଷ୍ଟାଲିନ୍ଙ୍କ ଏହା ହେଉଛି ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।