ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସବୁଠୁ ବେଶୀ ଚିନ୍ତାର କାରଣ ସାଜିଛି ଅକ୍ସିଜେନ ଅଭାବ । ଓଡିଶାରେ ଏହି ଅଭାବ ପରିଲକ୍ଷିତ ହୋଇ ନଥିଲେ ମଧ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ଦେଶ ଏହି ଗଭୀର ସମସ୍ୟା ଦେଇ ଗତି କରୁଛନ୍ତି । ଅକ୍ସିଜେନ ଅଭାବରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେବେ ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡିଶା ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଆହୁରୀ ଅକ୍ସିଜେନ ଯୋଗାଣ ବୃଦ୍ଧି କରାଯାଉଛି ବୋଲି ରାଜ୍ୟ ସରକାର ଆଜି ସୂଚନା ଦେଇଛନ୍ତି । 16 ଦିନ ମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ସମେତ 10 ଟି ରାଜ୍ୟକୁ 7,723MT ମେଡିକାଲ ଅମ୍ଳଜାନ ପଠାଇଛି ବୋଲି ଟ୍ୱିଟ୍ ମାଧ୍ୟମରେ ଓଡିଶା ପୋଲିସ ସୂଚନା ଦେଇଛନ୍ତି ।
ରାଜ୍ୟର ଅତିରିକ୍ତ ମହାନିର୍ଦ୍ଦେଶକ ଓ୍ୱାଇ. କେ ଜେଠୱା କହିଛନ୍ତି ଯେ, ମେଡିକାଲ ଅମ୍ଳଜାନ ନେଇଥିବା ମୋଟ 421 ଟି କଣ୍ଟେନରରେ ପ୍ରାୟ 7,722.75MT ଅକ୍ସିଜେନ ଅନ୍ୟ ରାଜ୍ୟ ପଠାଯାଇଛି ଓ ଆଗକୁ ଆହୁରୀ ମଧ୍ୟ ପଠାଯିବ ।
ତେବେ ପୂର୍ବରୁ ରାଉରକେଲାରୁ 3,280.922MT ଅକ୍ସିଜେନ 174 ଟି କଣ୍ଟେନରରେ, ଯାଜପୁରରୁ 101 ଟି କଣ୍ଟେନର ସାହାଯ୍ୟରେ 2,106.312MT, ଅନୁଗୁଳରୁ 44 ଟି ଟ୍ୟାଙ୍କର ସାହାଯ୍ୟରେ 733.202 MT ଓ ଢେଙ୍କାନାଳରୁ 102 ଟି କଣ୍ଟେନରରେ 1,602.32 MT ଅକ୍ସିଜେନ ଦେଶର 10 ଟି ରାଜ୍ୟକୁ ପଠାଯାଇଛି ।
ସେଥି ମଧ୍ୟରୁ ଆନ୍ଧ୍ରପ୍ରଦେଶକୁ 125 ଟି ଟ୍ୟାଙ୍କରରେ 2555 MT ଅକ୍ସିଜେନ, 111 ଟି ଟ୍ୟାଙ୍କରରେ 1,875 MT ଅକ୍ସିଜେନ, ହରିୟାଣାକୁ 1,053.46 MT ଅକ୍ସିଜେନ, ମଧ୍ୟପ୍ରଦେଶକୁ 656.78MT ଅକ୍ସିଜେନ, ଉତ୍ତରପ୍ରଦେଶକୁ 588.49MT ଏବଂ ମହାରାଷ୍ଟ୍ରରେ 388.68 MT ଅକ୍ସିଜେନ ପଠାଯାଇଛି ।
In continuation of our operation for prompt loading, transportation and supply of Liquid Medical Oxygen, in last 16 days, 421 tankers carrying about 7723 MT of medical oxygen have been dispatched under Odisha Police escort from Odisha to 10 needy states. @CMO_Odisha pic.twitter.com/ndDOXgNKuW
— Odisha Police (@odisha_police) May 8, 2021