ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡ୍ ଜଗତର ଉଚ୍ଚକୋଟୀର ଅଭିନେତ୍ରୀ ତଥା ନିଜର ସ୍ପଷ୍ଟବାଦୀ କାରଣକୁ ସବୁବେଳେ ସମାଲୋଚନାର ଶିକାର ହେଉଥିବା କଙ୍ଗନା ରାଣାଓ୍ୱତ୍ ଆଜି କରୋନାର ଶିକାର ହୋଇଛନ୍ତି । ଏନେଇ ସେ ନିଜେ ‘ଇନ୍ଷ୍ଟାଗ୍ରାମ୍’ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଳ୍ପ କିଛି ଦିନ ହେବ ମୋତେ କ୍ଲାନ୍ତ ଲାଗିବା ସହ ମୋ ଆଖି ପୋଡାଜଳା ହେଉଥିଲା । ତେବେ ହିମାଚଳ ପ୍ରଦେଶ ଯିବା ପାଇଁ ମୁଁ କୋଭିଡ୍ ଟେଷ୍ଟ କରିଥିଲି ଓ ମୋ ରିପୋର୍ଟ ପଜିଟିଭ୍ ଆସିଛି ।
ଏହାପରେ ମୁଁ ନିଜକୁ କ୍ୱାରେଣ୍ଟାଇନରେ ରଖିଛି । ତେବେ ଏ ଭୂତାଣୁ ମୋ ଶରୀରରେ ‘ପାର୍ଟି’ କରୁଛି ବୋଲି ଧାରଣା ନ ଥିଲା। ଏବେ ମୁଁ ତାକୁ ବିନାଶ କରିବି। ଆପଣମାନଙ୍କ ଉପରେ ପରାକ୍ରମ ଦେଖାଇବାକୁ କାହାରିକୁ ସୁଯୋଗ ଦିଅନ୍ତୁ ନାହିଁ । ଯଦି ଆପଣ ଡରିବେ ତେବେ ଏହା ତୁମକୁ ଆହୁରୀ ଅଧିକ ଡରାଇବ ।ଆପଣ ନିଷ୍ଠାପର ଥିଲେ ଆପଣକୁ ଅଧିକ ଭୟଭୀତ କରାଯିବ। ଚାଲନ୍ତୁ, ଏଇ କୋଭିଡ୍-୧୯କୁ ଧ୍ବଂସ କରିଦେବା । ହର ହର ମହାଦେବ ।
ଯୋଗମୁଦ୍ରାରେ ଉପବିଷ୍ଟ ଫଟୋ ସେୟାର୍ କରି ଅଭିନେତ୍ରୀ ରଣାୱତ୍ କୋଭିଡ୍-୧୯କୁ ‘ତୀବ୍ର ସମାଲୋଚନାର ସରବ୍ୟ ହେଉଥିବା ସାମାନ୍ୟ ସର୍ଦ୍ଦି’ କହିବା ସହ ତାକୁ ବିନାଶ କରିବେ ବୋଲି କହିଛନ୍ତି ।