ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଅଣ୍ଡରଓ୍ବାର୍ଲଡ ଗ୍ୟାଙ୍ଗଷ୍ଟାର ଛୋଟା ରାଜନର ଆଜି ମୃତ୍ୟୁ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାକୁ ୬୧ ବର୍ଷ ବୟସ ହୋଇଥିଲା । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏପ୍ରିଲ 26 ତାକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ତେବେ ସିବିଆଇ ତା ବିରୋଧରେ ପାଖାପାଖି 70ଟି ମାମଲାରେ ତଦନ୍ତ କରୁଥିଲା । ତା ମଧ୍ୟରୁ 35ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଥିଲା ଓ 4ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତିହାର ଜେଲରେ ରହୁଥିବା ରାଜନ କିଛି ଦିନ ତଳେ କରୋନା ଆକ୍ରାନ୍ତ ହେବାରୁ ତାକୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯ଼ାଇଥିଲା । ତେବେ ଏକ ଗାଙ୍ଗଷ୍ଟରକୁ ଏମ୍ସରେ ଶଯ଼୍ୟା ଦିଆଯ଼ିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯ଼ାଇଥିଲା ।