ସନ୍ଷ୍ଟାର ଟିଭି ବ୍ୟୁରୋ
ସୋହେଲା:ସାହାସିକତାର ପରିଚୟ ଦେଖାଇଲେ ମାନ୍ୟବର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ସୁରକ୍ଷା ଅଧିକାରୀ ବିନାୟକ ପଟେଲ ।ସଦାସର୍ବଦା ଜନସାଧାରଣଙ୍କ ସେବ କରୁଥିବା ଏବଂ ଅସାହାୟଙ୍କ ସାହା ପାଲଟିଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପୁଣି ଏକ ମହାନତା ସାମ୍ନାକୁ ଆସିଛି । ନିଜ ସୋହେଲା ନିର୍ବାଚନ ମଣ୍ଡଳୀର ଜଣେ ହାଇସ୍କୁଲ ଶିକ୍ଷକ କରୋନା ପିଜେଟିଭ ହୋଇ ନିଜ ବାସଭବନରେ ରହି ଚିକିତ୍ସିତ ହେଉଥିଲେ ।ଶିକ୍ଷକଙ୍କ ଅକ୍ସିଜେନ ଲେବଲ କମି ଯିବାରୁ ଅକ୍ସିଜେନ ନିମନ୍ତେ ସେ ମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ।ଏହି ଖବର ପାଇ ମନ୍ତ୍ରୀ ଯଥାଶୀଘ୍ର ଅକ୍ସିଜେନର ବ୍ୟବସ୍ଥା କରିଥିଲେ ।ଏହି ଅକ୍ସିଜେନ ନେଇ କରୋନା ସଂକ୍ରମିତ ଶିକ୍ଷକ ନିକଟକୁ ଯାଇ ଲଗାଇବା ନିମନ୍ତେ ଜଣେ ବ୍ୟକ୍ତି ଆବଶ୍ୟକ ହେଉଥିଲେ ।ମନ୍ତ୍ରୀ ଙ୍କ କଥା ଶୁଣି ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବିନାୟକ ପଟେଲ ରାଜି ହୋଇଥିଲେ ।ବିନା ଭୟରେ ପିପିଇ କିଟ ପରିଧାନ କରି ଅକ୍ସିଜେନ ଧରି କରୋନା ସଂକ୍ରମିତ ହୋଇଥିବା ଶିକ୍ଷକଙ୍କ ବାସଭବନକୁ ଯାଇ ତାଙ୍କୁ ଅକ୍ସିଜେନ ଲାଗାଇଥିଲେ ଏବଂ ତାଙ୍କ ଜୀବନ ରକ୍ଷା କରିଥିଲେ ।ବିନାୟକ ପଟେଲଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ସାଧୁବାଦ ଜଣେଇଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସାବାସ ପଟେଲ ବୋଲି ଉଲ୍ଲେଖ କରିଛନ୍ତି ।