ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ମଚାଉଥିବା ବେଳେ ଆଗକୁ ଆସିବାକୁ ଯାଉଛି ତୃତୀୟ ଲହର । ଏନେଇ ବିଶେଷଜ୍ଞମାନେ ସୂଚନା ଦେଇ ସାରିବା ପରେ ସମସ୍ତଙ୍କ ଚିନ୍ତା ଆହୁରୀ ଦ୍ୱିଗୁଣୀତ ହୋଇ ଯାଇଛି । ତେବେ ଏନେଇ ଦେଶର ସର୍ବୋଚ୍ଚ କୋର୍ଟ ମଧ୍ୟ କେନ୍ଦ୍ରକୁ ଏନେଇ ସତର୍କ କରାଇଛନ୍ତି ।
ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଦ୍ ଏବଂ ଏମଆର ଶାହାଙ୍କ ଏକ ଖଣ୍ଡପୀଠରେ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସର ତୃତୀୟ ଲହର ପାଇଁ ପ୍ରସ୍ତୁତି ପାଇଁ କେନ୍ଦ୍ର ଆଗୁଆ ପ୍ରସ୍ତୁତ ରହିବା ପାଇଁ ସୁପ୍ରିମ କୋର୍ଟ କହିଛନ୍ତି। ଏଥିସହ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ନହେବା ପାଇଁ ବଫର ଷ୍ଟକ୍ ତିଆରି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହ ସମସ୍ତ ମେ଼ଡିକାଲ୍ ସାମଗ୍ରୀ ଯେପରିକି ଆଇସିୟୁ ବେଡ୍, ଅକ୍ସିଜେନ, , ଆମ୍ବୁଲାନ୍ସ ଏବଂ କୋଭିଡ୍-କେୟାର ଏସବୁ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।