ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଭବନରେ କାର୍ଯ୍ୟ କରୁଥିବା କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ ରାଜଭବନର ୮ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ସିନିୟର କଣ୍ଟ୍ରୋଲର ଚିଫ ସିକ୍ୟୁରିଟି ଅଫିସରଙ୍କ ସହିତ ରାଜ୍ୟପାଳଙ୍କ OSD ଓ ଜଣେ ଡ୍ରାଇଭର ସଂକ୍ରମିତ ହୋଇଛନ୍ତି ।
8 ଜଣଙ୍କ ମଧ୍ୟରୁ 5 ଜଣ ହୋମ ଆଇସୋଲେସନରେ ଥିବା ବେଳେ 3 ଜଣ ସୁସ୍ଥ ଅଛନ୍ତି । ତେବେ ପ୍ରତିଦିନ ରାଜଭବନକୁ ସାନିଟାଇଜ କରାଯାଉଛି । ପ୍ରତି ସପ୍ତାହରେ ରାଜଭବନରେ କରୋନା ପରୀକ୍ଷା ହେଉଥିବା ଜଣାପଡିଛି । ତେବେ 50 ପ୍ରତିଶତ କର୍ମଚାରୀରେ ରାଜଭବନ କାର୍ଯ୍ୟ ଚାଲିଛି । ଯେଉଁମାନେ ରାଜ୍ୟପାଳଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ତେବେ ଏନେଇ ରାଜ ଭବନ ପକ୍ଷରୁ ସୂଚନା ଦିଆଯାଇଛି ।