ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ସଫଳ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନୂତନ ଷ୍ଟ୍ରାଟେଜି ଗ୍ରହଣ କରୁଛନ୍ତି । କୋଭିଡର ମୁକାବିଲା ପାଇଁ ଆଜି ତିନୋଟି ଜିଲ୍ଲାକୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ ଏହି ରାଶି ପ୍ରଦାନ କରିଛନ୍ତି । ପୁରୀ ପାଇଁ 2 କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ 1 କୋଟି ଏବଂ ସମ୍ବଲପୁର ପାଇଁ 4 କୋଟି 62 ଲକ୍ଷ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।
ତେବେ ଏହା ପୂର୍ବରୁ କଟକ ମହାନଗର ନିଗମ ପାଇଁ ମଧ୍ୟ 10 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ୍ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଅନେକ ପଡୋଶୀ ରାଜ୍ୟ ମଧ୍ୟ ନବୀନ ପଟ୍ଟନାୟକଙ୍କଠାରୁ ପରାମର୍ଶ ନେଇଛନ୍ତି । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା 10 ହଜାର ଟପିଥିବା ବେଳେ ଲକଡାଉନ ମଧ୍ୟ ଜାରି ରହିଛି । କୋଭି଼ଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ରାଜ୍ୟ ସରକାର ।