ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ହାର 10 ହଜାର ଉପରେ ରହିଛି । ତେବେ ରାଜ୍ୟରେ ଏହି ବର୍ଦ୍ଧିତ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଟିକାକରଣ ମଧ୍ୟ ଜାରି ରହିଛି ।
ତେବେ ଏହାରି ମଧ୍ୟରେ ଆଜି ଅପରାହ୍ନ 4.30ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ପ୍ରେସମିଟ୍ ଡକାଇଛନ୍ତି । କୋଭିଡ୍ ସ୍ଥିତି ସମ୍ୱନ୍ଧରେ ରାଜ୍ୟବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏହା ସହ ଲକଡାଉନ ସମୟରେ ଆଇନଶୃଙ୍ଖଳା ନେଇ କହିବେ ପୋଲିସ ଡିଜି । ଟିକାକରଣ ସମ୍ୱନ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି । ତେବେ ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । 18 ବର୍ଷରୁ 44 ବର୍ଷରୁ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଟିକାକରଣ ଅଭାବରୁ ଆଜି ରାଜ୍ୟର 9 ଟି ଜିଲ୍ଲାରେ ଟିକାକରଣ କେନ୍ଦ୍ର ବନ୍ଦ ରହିଛି ।