ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଭୟ ନେତା ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ଅବସରରେ ରୋଡମ୍ୟାପ୍ – ୨୦୩୦ ମଧ୍ୟ ଲଞ୍ଚ କରିବେ ଦୁଇ ନେତା । ରୋଡମ୍ୟାପ ଆଗାମୀ ଏକ ଦଶନ୍ଧି ମଧ୍ୟରେ ଭାରତ-ବ୍ରିଟେନ ସହଯୋଗକୁ ଆହୁରି ସୁଦୃଢ କରିବ । ଏଥିପାଇଁ ଆଜିର ବୈଠକ ବେଶ ଗୁରୁତ୍ବ ବହନ କରୁଛି ।ତେବେ କରୋନାର ମୁକାବିଲା ନେଇ ବିଶ୍ବସ୍ତରରେ କିପରି ଉଦ୍ୟମ କରିହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଏହାସହ ବହୁମୁଖୀ ଯୋଜନା ସମ୍ବନ୍ଧୀୟ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ରହିଛି ।
ତେବେ କରୋନା ମହାମାରୀ ସମୟରେ ଭାରତକୁ ସାହାଯ୍ୟ କରିବା ପାଇଁ ଅନେକ ପଡୋଶୀ ଦେଶ ହାତ ବଢାଇଛନ୍ତି । ଇଂଲଣ୍ଡ ମଧ୍ୟ ଭାରତକୁ କୋଭିଡ୍ ସମୟରେ ସାହାଯ୍ୟର ହାତ ବଢାଇଛି ।