ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମେ ରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏ ସମ୍ପର୍କରେ ନୋଟିସ ଜାରି କରିଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବର୍ତ୍ତମାନର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଅଧିକ ତଥ୍ୟ ପାଇବା ପାଇବା ପାଇଁ ଏନଟିଏ ଅଫିସିଆଲ ଓ୍ୱେବସାଇଟରେ ଚେକ୍ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଏହା ପୂର୍ବରୁ ମଧ୍ୟ କୋଭିଡ -୧୯ କୁ ଦୃଷ୍ଟିରେ ରଖି ୨୭ ଏପ୍ରିଲ୍, ୨୮ ଏପ୍ରିଲ୍ ଏବଂ ୩୦ ଏପ୍ରିଲରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା ।
Looking at the present situation of COVID-19 and keeping students safety in mind, JEE (Main) – May 2021 session has been postponed .
Students are advised to keep visiting the official website of NTA for further updates.@DG_NTA pic.twitter.com/utMUGrmJNi— Dr. Ramesh Pokhriyal Nishank (@DrRPNishank) May 4, 2021
;