ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସମୟରେ ନିର୍ଭୀକ ଭାବେ କାର୍ଯ୍ୟକରି ଲୋକମାନଙ୍କ ନିକଟରେ ଟିକିନିଖି ଖବର ପହଞ୍ଚାଉଛନ୍ତି ସାମ୍ୱାଦିକମାନେ । ସେଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ ।ତେବେ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଂଶସା କରିବା ସହ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାମ୍ୱାଦିକମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ନିହାତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କରୋନା ଭଳି ମହାମାରୀ ସମୟରେ ଲୋକମାନଙ୍କ ପାଖରେ ସଠିକ୍ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପହଞ୍ଚାଇ ଲୋକମାନଙ୍କୁ ସଚେତନ କରୁଛନ୍ତି ସାମ୍ୱାଦିକମାନେ ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ମେ 2 ତାରିଖରେ ଓଡିଶା ସରକାର ସାମ୍ୱାଦିକମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି । କୋଭିଡ୍ ସମୟରେ କାର୍ଯ୍ୟରତ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Hon’ble Governor appreciated Government of Odisha’s decision to declare working journalists of the State as Frontline covid warriors, acknowledging their proactive role in keeping the public aware of accurate and relevant information during the pandemic.
— Governor Odisha (@GovernorOdisha) May 4, 2021
;