ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଆସନ୍ତା କାଲିଠୁ ଆରମ୍ଭ ହେଉଛି ଲକଡାଉନ୍ । ତେବେ ଏହି ସମୟରେ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଲକ୍ଡାଉନ୍ ପାଇଁ ସହରରେ ମୋଟ ୪୫ଟି ନାକା ପଏଣ୍ଟ ହୋଇଛି । ପୁରା ସହରରେ ୨୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ରହିବେ । ୧୩୫ ଅଫିସର ସେମାନଙ୍କୁ ତଦାରଖ କରିବେ । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ୍ (ୟୁପିଡି)ରେ ୩୫ଟି ପିସିଆର ସହରର ଗଳିକନ୍ଦିରେ ପଇଁତରା ମାରିବ । ଏହାବାଦ୍ ୨୨ ସ୍ପେଶାଲ ମୋବାଲିଂ ଭ୍ୟାନ୍ ମାର୍କେଟରେ ଗହଳିକୁ ଜଗିବ । ପ୍ରତି ଥାନା ହିସାବରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର କୋଭିଡ୍ ଭ୍ୟାନ ରଖାଯାଇଛି । ଉକ୍ତ ଭ୍ୟାନ୍ରେ ଥାନା ଅଧିକାରୀଙ୍କ ବାଦ୍ ରିଜର୍ଭ ପୁଲିସ ଓ ବାଟାଲିଅନ୍ ଯବାନ ବି ରହିବେ ।
ବିଭିନ୍ନ ଛକ ଗୁଡିକରେ ବାରିକେଡ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵରର ୪୫ଟି ନାକା ପଏଣ୍ଟରେ ବ୍ୟାରିକେଡ ଲାଗିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।