ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ପ୍ରଥମ ଲହରଠୁ ଦ୍ୱିତୀୟ ଲହର ଭାରତ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଛି । ତେବେ ଏହାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ କୋରନା ଟିକାକରଣ ପ୍ରକ୍ରୀୟା ଚାଲିଛି । ଆଜିଠୁ ସାରା ଦେଶରେ 18 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି ।
ତେବେ ଟିକାକରଣକୁ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଦେଶରେ ଉପଲବ୍ଧ ଭ୍ୟାକ୍ସିନର ଦୁଇଟି ଡୋଜ୍ ଉପଲବ୍ଧ ଅଛି । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ନେବା ମଧ୍ୟରେ ଏକ ବ୍ୟବଧାନ ରହିଛି । କିନ୍ତୁ ଏଭଳି ସ୍ଥିତିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଦ୍ୱିତୀୟ ଡୋଜ୍ନେବାପରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ତେବେ କେଉଁଭଳି ସମସ୍ୟା ସୃଷ୍ଟି ହୋଇପାରେ?
ବିଶେଷଜ୍ଞଙ୍କ କହିବା ଅନୁସାରେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ତେବେ ଭ୍ୟାକ୍ସିନ ନ ନେଇ ଅପେକ୍ଷା କରିବା ଉଚିତ୍ । ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବାପରେ ଭ୍ୟାକ୍ସିନ ନେବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି କୋଭିଡରେ ସଂକ୍ରମିତ ହୋଇଛନ୍ତି ଏବଂ ଭ୍ୟାକ୍ସିନ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ । କୋଭିଡର ଲକ୍ଷଣ ଯିବାପରେ ଏବଂ ନେଭେଟିଭ୍ ଆସିବାର ତିନି ମାସ ପରେ ଭ୍ୟାକ୍ସିନ ନେବା ଆବଶ୍ୟକ । କିନ୍ତୁ ବିଶେଷଜ୍ଞ କୁହନ୍ତି ଯଦି ଦୁଇ ଡୋଜ୍ପରେ କେହି ସଂକ୍ରମିତ ହେଉଛନ୍ତି ତେବେ ଭ୍ୟାକ୍ସିନ ନେବା ଆବଶ୍ୟକ ନାହିଁ ।