ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାର ଭୟାବହତାକୁ ନଜରରେ ରଖି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଗତକାଲି ରାଜ୍ୟ ଓ କେନ୍ଦ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । କରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକଡାଉନ୍ କରିବା ଉପରେ ବିଚାର କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ କରୁଥିବା ବେଳେ ଏହାକୁ ରୋକ୍ ଲଗାଇବା ପାଇଁ ଲକଡାଉନ୍ ଭଳି କଠୋର ନିଷ୍ପତି ଗ୍ରହଣ କରାଯିବା ଉଚିତ୍ ବୋଲି ସୁପ୍ରିମ କୋର୍ଟ ଘୋଷଣା କରିଛନ୍ତି ।
ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ସମୟରେ ଲୋକମାନଙ୍କ ଏକତ୍ରିକରଣ କିମ୍ୱା ସୁପର ସ୍ପେଡର୍ କାର୍ଯ୍ୟକ୍ରମ ଗୁଡିକ ନ କରିବା ଉପରେ ଗୁରୁତର ଭାବେ ଧ୍ୟାନ ଦେବାରୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ସ୍ଥାନୀୟ ଆବାସିକ ପ୍ରମାଣ କିଂବା ପରିଚୟ ପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିଂବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।