ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଲକଡାଉନ ଆଇନ୍ ଅନୁସାରେ ଭାରତୀୟ ନିର୍ବାଚନ କମିଶନ ସମସ୍ତ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ପଶ୍ଚିମବଙ୍ଗର ୨ଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ।
ତେବେ ଆଉ କିଛି ଦିନ ପରେ ଆସନ୍ତା ମେ’୧୬ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା । ରାଜ୍ୟରେ କରୋନା ପରସ୍ଥିତିକୁ ଦେଖି କଂଗ୍ରେସ ଦଳ ଓ ଓଡିଶାର ଆଞ୍ଚଳିକ ଦଳ ବିଜେଡି ନିର୍ବାଚନ ନ ହେବା ପାଇଁ ମତ ରଖିଥିବା ବେଳେ ବିଜେପି ପକ୍ଷରୁ କିନ୍ତୁ ନିର୍ବାଚନ କରାଯାଉ ବୋଲି କୁହାଯାଉଥିଲା । ତେବେ ଉପନିର୍ବାଚନ ସ୍ଥଗିତ ହେବା ସହ ପୁରୀ ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ଉଠି ଯାଇଛି । ତେବେ ଆଗାମୀ ତାରିଖ ପାଇଁ ନିର୍ବାଚନ କମିଶନର ଆଉ ଏକ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ସୂଚନା ଦେଇଛନ୍ତି ।