ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ 28ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିବା ଓଡିଶାର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ମନୋନୀତ କରାଯାଇଛି । ରାଜ୍ୟ ସରକାର 3 ଜଣ ଖ୍ୟାତନାମା ପ୍ରଫେସରଙ୍କୁ ସିଣ୍ଡିକେଟ୍ ସଦସ୍ୟ ଭାବେ ମନୋନୀତ। ତେବେ ସେମାନେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତ୍ତୋକତ୍ତର ବିଭାଗର ରାଜନୀତି ବିଜ୍ଞାନ ବିଷୟର ଏଚ୍.ଓ.ଡଃ ସ୍ମିତା ନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଭାଗରଥି ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା କୁଳପତି ପ୍ରଫେସର ସାୟଦ ଅବୁଲ କଲାମ ଆଜାଦ୍ ।
ତେବେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍, 1989 ଅନୁଯାୟୀ ଏହି 3 ପ୍ରଫେସର ୪ ବର୍ଷ ପାଇଁ ସିଣ୍ଡିକେଟ୍ ସଦସ୍ୟ ଭାବେ କାର୍ଯ୍ୟ କରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ 30 ତାରିଖ ଦିନ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।