ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ନନ୍ଦିଗ୍ରାମ ଆସନରେ ମମତାଙ୍କୁ ମାତ୍ ଦେଇ ବିଜୟୀ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ତେବେ ଏହି ହାଇ ଭୋଲଟେଜ୍ ଲଢେଇର ଶେଷ ଫଳାଫଳକୁ ସହଜରେ ଗ୍ରହଣ କରି ପାରିନି ଶାସକ ଟିଏମସି । ଦଳ ପକ୍ଷରୁ ଭୋଟ ପୁନଃଗଣତି ପାଇଁ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।
ନନ୍ଦିଗ୍ରାମରେ ପୁନଃଗଣତି ପାଇଁ ଟିଏମସିର ଆବେଦନକୁ ଖାରଜ କଲେ ନିର୍ବାଚନ ଆୟୋଗନନ୍ଦିଗ୍ରାମରେ ପୁନଃଗଣତି ପାଇଁ ଟିଏମସିର ଆବେଦନକୁ ଖାରଜ କଲେ ନିର୍ବାଚନ ଆୟୋଗନନ୍ଦିଗ୍ରାମରେ ଶେଷ ପର୍ଯ୍ୟାୟ ଭୋଟ ଗଣତିରେ ଚଞ୍ଚକତା ହୋଇଥିବା ଅଭିଯୋଗ କରିଛି ଟିଏମସି । କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ଟିଏମସିର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପୁନଃଗଣତିର କିଛି ଆବଶ୍ୟକତା ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ।ଅନ୍ୟ ପକ୍ଷରେ ମମତା କିହିଛନ୍ତି ଆମେ ଜନାଦେଶକୁ ସ୍ବୀକାର କରୁଛୁ, କିନ୍ତୁ ଭୋଟ ଆଉଥରେ ଗଣତି ପାଇଁ ଦାବି କରୁଛୁ । ଆମେ ଅନ୍ତିମ ପର୍ଯ୍ୟାୟ ଗଣତିରେ ସନ୍ତୁଷ୍ଟ ନୋହୁଁ । ଆବଶ୍ୟକ ପଡିଲେ ଉକ୍ତ ଘଟଣା ପାଇଁ କୋର୍ଟର ଦ୍ବାରସ୍ଥ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ମମତା ।
@ANI