ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଇପିଏଲକୁ ପ୍ରବେଶ କଲା କରୋନା ମହାମାରୀ । କୋଲକାତା ନାଇଟ୍ ରାଇଡର୍ସ ଓ ରୋୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ଆଜିର ମ୍ୟାଚକୁ କରୋନା ପାଇଁ ବାତିଲ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, କୋଲକାତାର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଜଣାପଡିଛନ୍ତି। ଏହାପରେ ମ୍ୟାଚ୍ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଅହମ୍ମଦାବାଦରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (RCB) ର ସାମନା କୋଲକାତା ନାଇଟ୍ ରାଇଡର୍ସ (KKR) ସହିତ ହେବାର ଥିଲା । ତେବେ କରୋନାର କୋପ ଦୃଷ୍ଟି ଏବେ ଆଇପିଏଲ ଉପରେ ପଡିଛି । ଯେଉଁଥିପାଇଁ କିଛି ଖେଳାଳୀ ଓ ଅମ୍ପାୟାର ସ୍ୱତଃପ୍ରବୃତ୍ତ ଭାବେ ମ୍ୟାଚରୁ ଓହରୀ ଯାଇଥିବା ବେଳେ ଆଜି କୋଲକାତାର ଦୁଇ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମ୍ୟାଚକୁ ବାତିଲ କରାଯାଇଛି ।