ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବେ 3 ଜଣ ଖ୍ୟାତନାମା ପ୍ରଫେସରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସେମାନେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଫେସର ଏବଂ ଏଚ୍.ଓ.ଡି କବୀର ମୋହନ ସେଠୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଭବାନୀ ପ୍ରସାଦ ରଥ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଅର୍ଥନୀତି ପ୍ରଫେସର ଡଃ. ଅମିତା କେ. ଚୌଧୁରୀ ।
ତେବେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍, 1989 ଅନୁଯାୟୀ ଏହି 3 ପ୍ରଫେସର ୪ ବର୍ଷ ପାଇଁ ସିଣ୍ଡିକେଟ୍ ସଦସ୍ୟ ଭାବେ କାର୍ଯ୍ୟ କରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ 30 ତାରିଖ ଦିନ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।