ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ କମର୍ସିଆଲ୍ ଯାତ୍ରୀବାହୀ ବିମାନକୁ ବାତିଲ କରାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ 31 ଯାଏଁ ବିମାନ ଚଳାଚଳ ବାତିଲ କରାଯାଇଛି । ତେବେ ଏନେଇ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ । ଏହି ପ୍ରତିବନ୍ଧକ ଅଲ୍-କାର୍ଗୋ ଅପରେଶନ ଓ ଉଡ଼ାଣ ଉପରେ ଲାଗୁ ହେବ ନାହିଁ । ଏହା ସହିତ ଆବଶ୍ୟକତା ହେଲେ କିଛି ଜରୁରୀ ଅନୁମତି ସହିତ ଉଡ଼ାଣ ସଂଚାଳିତ କରାଯାଇ ପାରିବ ।
ତେବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପୂର୍ବରୁ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କୁଏତ୍, ଫ୍ରାନ୍ସ, କାନାଡା ଆଦି ଦେଶ ଭାରତକୁ ନିଜ ନିଜ ଦେଶକୁ ବିମାନ ଚଳାଚଳ ବନ୍ଦ ରଖିଛନ୍ତି ।
— DGCA (@DGCAIndia) April 30, 2021