ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ କବଳରେ କବଳିତ । ଏହି ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ ଟିକାକରଣ ପ୍ରକ୍ରୀୟା ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ କରୋନା ଟିକା କୋଭାସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ଋଷିଆ ଜ୍ଞାନ କୌଶଳରେ ନିର୍ମିତ ସ୍ପୁଟନିକ୍ ଭି ଏହି ଟିକାକରଣ ପ୍ରକ୍ରୀୟା ସାମିଲ୍ ହେବାକୁ ଯାଉଛି । ଆଜି ସ୍ପୁଟନିକ-ଭି ର ପ୍ରଥମ ସ୍ଲଟ ଋଷିଆରୁ ଆସି ଭାରତରେ ପହଂଚିଛି | ଏହି ଟିକା ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଂଚିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଟିକା ଆସିବ | ସ୍ପୁଟନିକ-ଭି ଟିକାକୁ ଗାମାଲାୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜି ଦ୍ୱାରା ବିକଶିତ କରାଯାଇଛି |
ଦେଶରେ ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଥିଲେ । କୋଭାକ୍ସିନ ଓ କୋଭିସିଲ୍ଡ ପରେ ଏବେ ଭାରତରେ କରୋନା ମୁକାବିଲାରେ ସାହାଯ୍ୟ କରିବ ସ୍ପୁଟନିକ-ଭି କରୋନା ଟିକା ।