ସନଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନାର ବର୍ଦ୍ଧିତ ରୂପ ପାଇଁ ସମସ୍ତେ ଚିନ୍ତାରେ ଥିବା ବେଳେ ଏହାର ମୁକାବିଲା ପାଇଁ ଟିକାକରଣ ପ୍ରକ୍ରୀୟା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଟିକା ଦିଆଯିବାକୁ ଥିବା ବେଳେ ଏହା କିପରି ଦିଆଯିବ, ତାର ଅଭ୍ୟାସ କରାଯାଉଛି । କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଛଳରେ ଚାଲିଛି ଏହି ଡ୍ରାଏ ରନ୍ । ବୈଷୟିକ ଏବଂ ପରିଚାଳନାଗତ ସ୍ତରରେ ଯେପରି କୌଣସି ତ୍ରୁଟି ନରହେ ସେଥିପାଇଁ ଏହି ଟ୍ରାଏଲ କରାଯାଉଥିବା ବିଏମସି କମିଶନର ସୂଚନା ଦେଇଛନ୍ତି । ସୋମବାରଠାରୁ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଟିକାକରଣ ଆରମ୍ଭ କରାଯିବ ।
କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ ମେ ୩ରୁ ଟିକା ନେଇପାରିବେ । ଆଜି ଅପରାହ୍ନରୁ ଆପଏଣ୍ଟମେଣ୍ଟ ସ୍ଲଟ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ ଏବଂ ଏକକାଳୀନ ୪୫ରୁ ଊର୍ଦ୍ଧ୍ୱ ଓ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ହେବ । ଉଭୟ ଗ୍ରୁପ ପାଇଁ ସରକାରୀ ମେଡିକାଲରେ ଅଲଗା ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।