ସନଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି: ଲସି ହେଲା କାଳ । ଲସି ପିଇ ୫୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇଥିବା ହୋଇଥିବା ସୂଚନା ମିଳିଛି ।ତେବେ ଏପରି ଏକ ଅଘଟଣ ଘଟିଛି ମାଲକନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ।ଗତକାଲି କୁର୍ତ୍ତି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଲୋକମାନେ ସେଠାରେ ଲସି ପିଇଥିଲେ । ରାତିରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଆଜି ସମସ୍ତ ଅସୁସ୍ଥଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଲସି ପିଇଥିବା ଲୋକଙ୍କ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା । ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ ଟିମ୍ ଅସୁସ୍ଥ ମାନଙ୍କୁ ପଡ଼ିଆ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ପ୍ରାୟ ୬୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏହି ଖବର ଜଣା ପଡିବା ପରେ ବିଭିନ୍ନ ଗାଁ ବୁଲି ମେଡିକାଲ ଟିମ୍ ଅସୁସ୍ଥଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରୁଛନ୍ତି। ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ମଧ୍ୟ ସୂଚନା ମିଳିଛି ।