ସନଷ୍ଟାର ଟିଭି ବ୍ୟୁରୋ
ଅନୁଗୁଳ: ଅନୁଗୁଳରେ ୧୨୦ଟି ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି । ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ସମ୍ ହସ୍ପିଟାଲ ଏହି କୋଭିଡ୍ ହସ୍ପିଟାଲକୁ ପରିଚାଳନା କରିବ । ଏହି ସ୍ୱତନ୍ତ୍ର ହସ୍ପିଟାଲ୍ରେ ୧୨୦ଟି ବେଡ୍ ସହିତ ୩୦ଟିରେ ଆଇସିୟୁ ବ୍ୟବସ୍ଥା ମଧ୍ଯ ରହିବ । ଜିଲ୍ଲା କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାର ଗୁରୁତର ରୋଗୀଙ୍କ ଚିକିତ୍ସା ନେଇ କୌଣସି ସମସ୍ୟା ରହିବ ନାହିଁ । ସମସ୍ତ ପ୍ରସ୍ତୁତି ସହ ଡାକ୍ତର ପହଞ୍ଚି ସାରିଛନ୍ତି । ଶୁକ୍ରବାରଠୁ କୋଭିଡ୍ ହସ୍ପିଟାଲ୍ ଖୋଲିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି ।
ସମ୍ ହସ୍ପିଟାଲ ଏହି ହସ୍ପିଟାଲ କୁ ଏକ ଲାଇଫ୍ ସପୋର୍ଟ୍ ଆମ୍ବୁଲାନ୍ସ ଯୋଗାଇ ଦେବେ ବୋଲି ସୂଚନା ମିଳିଛି । ଏହାକୁ ମିଶାଇଲେ ଜିଲ୍ଲାରେ ମୋଟ୍ ଲାଇଫ୍ ସପୋର୍ଟ୍ ଆମ୍ବୁଲାନ୍ସ ସଂଖ୍ୟା ୩ରେ ପହଞ୍ଚିବ । ଏହି ଆମ୍ବୁଲାନ୍ସରେ ଭେଣ୍ଟିଲେଟର ସୁବିଧା ରହିବ । କୋଭିଡ୍ ହସ୍ପିଟାଲ୍ରେ କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ ତାଙ୍କୁ ଏହି ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଭୁବନେଶ୍ୱର ସମ୍ର କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ ।