ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସିଲ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ BMC ଦ୍ଵାରା ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ଥିବାରୁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ।
ତେବେ ଭୁବନେଶ୍ଵରରେ କୋଭିଡ ପଜିଟିଭ୍ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଭୁବନେଶ୍ଵର ର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଚଢ଼ାଉ କରାଯାଇ କରୋନା ଗାଇଡଲାଇନ ଉଲଂଘନ କରାଯାଉଥିଲେ ସେଗୁଡିକୁ ସିଲ୍ କରାଯାଉଛି ।
ଗତକାଲି ବିଏମସି ସହିଦ ନଗର ଅଞ୍ଚଳରେ ରିଲାଏନ୍ସ ଟ୍ରେଣ୍ଡସ୍ ଶୋ’ରୁମକୁ ସିଲ୍ କରିଥିଲା । ଏହା ପୂର୍ବରୁ ଏପ୍ରିଲ୍ ୨୮ ରେ, ବିଏମସି କୋଭିଡ୍ କଟକଣା ଉଲ୍ଲଂଘନ କରି ମାର୍କେଟ୍ ବିଲଡିଂ, ଭିଏସ୍ଏସ୍ ନଗର ବଜାର ଏବଂ ସହରର ବିଭିନ୍ନ ସ୍ଥାନରେ ଥିବା ଅନେକ ଦୋକାନକୁ ସିଲ୍ କରିଥିଲା।