ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୁମ୍ଭମେଳା ପରେ ଏବେ କରୋନାର ପ୍ରଭାବ ଚାରିଧାମ ଉପରେ ପଡିବାର ଦେଖାଯାଇଛି । ଯେଉଁଥିପାଇଁ ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ ହେବାକୁ ଥିବା ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂହ ରାବତ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖାଯାଇଛି । କେବଳ ପୂଜଜମାନେ ଏଠାରେ ପୂଜାର୍ଚ୍ଚନା କରିପାରିବେ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ।
ତେବେ ୧୪ ମେରୁ ଚାରିଧାମ ଯାତ୍ରା ଆରମ୍ଭ ହେବାର ଥିଲା ।ପୂର୍ବ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଯାତ୍ରାରେ ରୋକ୍ ଲଗାଯାଇଥିଲା । ଏହାପରେ ଜୁଲାଇ ମାସରେ କରୋନାର ପ୍ରଭାବ କମିବା ପରେ ଗାଇଡ୍ଲାଇନ୍ ଜାରି କରି ଶ୍ରଦ୍ଧାଳୁଙ୍କ ପାଇଁ ଚାରିଧାମ ଯାତ୍ରାର ଅନୁମତି ଦେଇଥିଲେ ସରକାର ।