ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳରେ ଥିଲେ ମଧ୍ୟ କଟକରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଟ୍ଵିନ୍ ସିଟି କଟକ ଓ ଭୁବନେଶ୍ଵରରେ ଗୋଷ୍ଠୀ ସଂକ୍ରମଣର ସ୍ଥିତି ଉପୁଜିଛି ବୋଲି ଆଶଙ୍କା କରୁଥିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ଏଭଳି ପରିସ୍ଥିତିକୁ ନଜରରେ ରଖି କଟକ ମ୍ୟୁନିସ୍ପାଲ କମିଶନର ଅନନ୍ୟା ଦାସ କଟକ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପଦକ୍ଷେପ ଅନୁଯାୟୀ କଟକର ସମସ୍ତ ଦୋକାନ ବଜାର ଦିନ ୨ ଟା ଯାଏ ଖୋଲା ରହିବ । ଆସନ୍ତା ୩ ତାରିଖରୁ ୧୮ ତାରିଖ ଯାଏ ଅର୍ଥାତ୍ ୧୫ ଦିନ ଯାଏଁ ଏହି କଟକଣା ବଳବତ୍ତର ରହିବ ।
ତେବେ ଭୁବନେଶ୍ଵରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମ୍ସି କମିଶନର ଭୁବନେଶ୍ଵରର ବିଭିନ୍ନ ମାର୍କେଟ୍ରେ ଚଢାଉ କରି କୋଭିଡ୍ ଗାଇଡ୍ ଲାଇନ୍ ଅବମାନନା କରାଯାଉଥିଲେ ସେଗୁଡିକ ସିଲ୍ କରାଯାଉଛି । ଏହି କ୍ରମରେ ଗତକାଲି ମାର୍କେଟ୍ ବିଲ୍ଡିଂ, ଭିଏସ୍ଏସ୍ ନଗର ମାର୍କେଟ୍ ପ୍ରଭୁତି ସିଲ୍ କରାଯାଇଥିଲା ।