ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ଫେରିଛି କଣ୍ଟେନମେଣ୍ଟ ଓ ବଫର ଜୋନ । ସମ୍ଵଲପୁର ଜିଲ୍ଲା ପ୍ରଶାସନ ଜିଲ୍ଲାରେ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସମ୍ବଲପୁର ମହାନଗର ନିଗମର ହୀରାକୁଦ E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।
ତେବେ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଯୁଯୋମୁରାକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରାର ଡଙ୍ଗାପାଳ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଜୁଜୁମୁରା ଓ ହୀରାକୁଦ ଅଂଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।