ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିପଦ ସମୟରେ ସାହାଯ୍ୟ କରି ବନ୍ଧୁତା ରଖିଲା ଋଷ୍ । କୋଭିଡ୍ ଲଢେଇରେ ଭାରତକୁ ସାହାଯ୍ୟର ହାତ ବଢାଇଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ୍ । ଆଜି ଋଷିଆ ସରକାର ୨୨ ଟନ୍ରୁ ଅଧିକ ମେଡିକାଲ୍ ସାମଗ୍ରୀ ଭାରତକୁ ପଠାଇଛନ୍ତି । ସେଥିରେ ୨୦ଟି ଅକ୍ସିଜେନ୍ ପ୍ରଡକସନ୍ ୟୁନିଟ୍ସ୍, ୭୫ ଭେଣ୍ଟିଲେଟର ଓ ୨ ଲକ୍ଷ ମେଡିସିନ ପ୍ୟାକେଟ୍ ରହିଛି ।
ଋଷିଆ ବୈଦେଶିକ ମନ୍ତ୍ରୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏହି ସାମଗ୍ରୀ ବିମାନରେ ଲୋଡ୍ କରାଯାଇଛି । ଓ ସେ ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।ତେବେ ସେହି ୨ଟି ବିମାନ ଭାରତ ଅଭିମୁଖେ ବାହାରି ସାରିଛି । ଏ ସଂକ୍ରାନ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭାରତବାସୀ ଓ ଭାରତ ସରକାରଙ୍କ ପ୍ରତି ରାଷ୍ଟ୍ରପତି ପୁତିନ୍ ସହଯୋଗ ବ୍ୟକ୍ତ କରି ଜଣାଇଛନ୍ତି ଯେ, ଏ ବାବଦରେ ରୁଷ୍ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁତିନ୍ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଗୁରୁତ୍ବାରୋପ କରି କହିଲେ ଯେ, ଭାରତ ପାଇଁ ରୁଷ୍ର ଏହି ତ୍ବରିତ ସହାୟତା ହେଉଛି ଆମ ପୁରାତନ ବନ୍ଧୁତ୍ବର ସଙ୍କେତ ।
ତେବେ କିଛି ସମୟ ପୂର୍ବରୁ ଭାରତରେ ସେହି ଦୁଇଟି ବିମାନ ଅବତରଣ କରିଥିବା ସୂଚନା ମିଳିଛି । ଗତକାଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ଭାରତରେ କୋଭିଡ୍-୧୯ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । ତେବେ ଭାରତର ଏଭଳି ସଙ୍କଟ ସମୟରେ ଅନେକ ବିଦେଶୀ ରାଷ୍ଟ୍ର ଭାରତକୁ ସାହାଯ୍ୟର ହାତ ବଢାଇଛନ୍ତି । ଆମେରିକା, ବ୍ରିଟେନ, ଜର୍ମାନୀ, ସୁଇଜରଲ୍ୟାଣ୍ଡ ଆଜି ଦେଶ ଭାରତକୁ କୋଭିଡ୍ ଯୁଦ୍ଧରେ ଜିତିବା ପାଇଁ ସାହାଯ୍ୟ କରିଛନ୍ତି ।
This is the only way we can defeat #COVID19 – by uniting our endeavors and supporting each other in difficult times. Collective efforts and mutual respect should be the most important recipe to respond to any challenge! pic.twitter.com/V1PwsXFhap
— Nikolay Kudashev 🇷🇺 (@NKudashev) April 28, 2021
Two urgent flights operated by the Russian EMERCOM arrived here today, which brought a cargo with a total weight of 20 tons. These are oxygen concentrators, lung ventilation equipment, bedside monitors, medicines, including Coronavir, and other essential pharmaceutical items. pic.twitter.com/woF6tUpnMe
— Nikolay Kudashev 🇷🇺 (@NKudashev) April 29, 2021