ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅବସ୍ଥା ଖୁବ୍ ଶୋଚନୀୟ ଥିବା ବେଳେ ଏହି କରୋନା ସଂକ୍ରମଣର ସୁପର ସ୍ପେଡର ବୋଲି କହିଛନ୍ତି IMA ( Indian Medical Association) ର ଜାତୀୟ ଉପସଭାପତି ନଭଜୋତ୍ ଦହିୟା । ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ଖୁବ ମାରାତ୍ମକ ହୋଇଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି ଭାରତୀୟ ମେଡିକାଲ୍ ଆସୋସିଏସନର ଜାତୀୟ ଉପ-ସଭାପତି ଡାକ୍ତର ନଭଜୋତ୍ ଦହିୟା।
ସେ କହିଛନ୍ତି ଯେ, ଡାକ୍ତରମାନେ ଲୋକଙ୍କୁ କରୋନା କଟକଣା ବିଷୟରେ ବୁଝାଇବା ପାଇଁ କଠିନ ପରିଶ୍ରମ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କରୋନା ନିୟମକୁ ଖାତିର ନ କରି ବଡ଼ ରାଜନୈତିକ ସମାବେଶର ଆୟୋଜନ କରିଥିଲେ । କରୋନା ସମୟରେ ସ୍ୱାସ୍ଥ୍ୟ ସଙ୍କଟର ଗମ୍ଭୀରତା ସତ୍ତ୍ବେ ହରିଦ୍ୱାରର କୁମ୍ଭ ମେଳା ଏବଂ ନିର୍ବାଚନ ସମାବେଶ ତଥା ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇଥିଲା । ଏହା ପାଇଁ କରୋନା ସ୍ଥିତି ଗମ୍ଭୀର ହୋଇଥିଲା ।