ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀରେ ଖୋଲାଯିବ ସ୍ୱତନ୍ତ୍ର କୋଭିଡ୍ ଡାକ୍ତରଖାନା । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲ ପରିସରରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ହସ୍ପିଟାଲ୍ ସମ୍ ହସ୍ପିଟାଲ୍ ଦ୍ଵାରା ଏହା ପରିଚାଳନା କରାଯିବ । ଏହି ଡାକ୍ତରଖାନାରେ ୧୫୦ ରୋଗୀଙ୍କ ପାଇଁ ବେଡ୍ ରହିବ । ତେବେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ଡାକ୍ତରଖାନାରେ ୪୦ଟି ଆଇସିୟୁ ଏବଂ ୪ଟି ଭେଣ୍ଟିଲେଟର ଜରୁରି ଚିକିତ୍ସାରେ ବିନିଯୋଗ ହେବ । ଡାକ୍ତରଖାନାରେ ଏକ ହଜାର ଅକ୍ସିଜେନ୍ ସିଲିଣ୍ଡର ଷ୍ଟକ ରହିବ । ୫ଟି ଲାଇଭ ସେଭିଂ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ । ବର୍ତ୍ତମାନ ସହରରେ ପୁରୀ ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍)ରେ କୋଭିଡ୍ ଡାକ୍ତରଖାନା ରହିଛି । ଏହି ଡାକ୍ତରଖାନରେ ସହର ତଥା ଗ୍ରାମାଞ୍ଚଳର କୋଭିଡ୍ ରୋଗୀମାନେ ଚିକିତ୍ସା ଲାଭ କରୁଛନ୍ତି ।